ଓଡ଼ିଶାରେ ଆଉ ମାଲେରିଆ ମୃତ୍ୟୁ ନୁହଁ, ମାଲେରିଆର ମୃତ୍ୟୁ ହେଉଛି

ଓଡ଼ିଶାରେ ଆଉ ମାଲେରିଆ ମୃତ୍ୟୁ ନୁହଁ, ମାଲେରିଆର ମୃତ୍ୟୁ ହେଉଛି। ଦ୍ରୁତ ଗତିରେ କମିଛି ପ୍ରଭାବ। ମାଲେରିଆ ରୋଗୀ ଓ ମୃତ୍ୟୁ ସଂଖ୍ୟା ୮୦ ପ୍ରତିଶତ ହ୍ରାସ। ୨୦୧୭ରେ ଜାନୁଆରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ୩ ଲକ୍ଷ ୨୩ ହଜାର ୮ଶହ ମାଲେରିଆ କେଶ ଥିଲା। ୨୦୧୮ରେ ଜାନୁଆରୀ-ସେପ୍ଟେମ୍ବର ମଧ୍ୟରେ ଏ ସଂଖ୍ୟା ରହିଛି ମାତ୍ର ୫୫ ହଜାର ୩୬୫। ଏ ସମୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଏକ ଅଙ୍କ ମଧ୍ୟରେ ରହିଛି। ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି, WHOର ଗ୍ଲୋବାଲ ମ୍ୟାଲେରିଆ ପ୍ରୋଗ୍ରାମ ନିର୍ଦ୍ଦେଶକ ଡ. ପେଡ୍ରୋ ଆଲୋନ୍‌ସୋ। ଭାରତରେ ୨୪ ପ୍ରତିଶତ ମାଲେରିଆ କେଶ କମିଛି। ୨୦୧୭ରେ ୨୦୧୬ ତୁଳନାରେ ୩୦ ଲକ୍ଷ କମ୍‌ ମାଲେରିଆ କେଶ ଦେଖିବାକୁ ମିଳିଥିଲା। ଭାରତରେ ମାଲେରିଆର କେଶ ସଂଖ୍ୟା କମିବାର ପ୍ରମୁଖ କାରଣ ଓଡ଼ିଶାରେ ମାଲେରିଆ କେଶ ସଂଖ୍ୟା ହ୍ରାସ ବୋଲି କହିଛନ୍ତି ଡକ୍ଟର ଆଲୋନ୍‌ସୋ।.

ଓଡ଼ିଶାରେ ମାଲେରିଆ ନିୟନ୍ତ୍ରଣ ପାଇଁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମାଲେରିଆ ରିସର୍ଚ୍ଚ ଏବଂ ଓଡ଼ିଶା ସରକାର ମିଳିତ ଭାବେ କାମ କରୁଛନ୍ତି। କମ୍ପ୍ରେହେନ୍‌ସିଭ୍‌ କେଶ ମ୍ୟାନେଜମେଣ୍ଟ ଅଫ ମାଲେରିଆ ପ୍ରୋଗ୍ରାମ ଅଧିନରେ ସମସ୍ତଙ୍କୁ ଯୋଗାଇ ଦିଆଯାଉଛି ମାଲେରିଆ ପରୀକ୍ଷା ଓ ଚିକିତ୍ସା ସୁବିଧା। ଏହାସହ ପ୍ରାୟ ୧ କୋଟି ୧୦ ଲକ୍ଷ ମେଡିକେଟେଡ୍‌ ମଶାରୀ ଯୋଗାଇ ଦିଆଯାଇଛି। ମ୍ୟାଲେରିଆ ହ୍ରାସରେ ତୃମମୂଳ ସ୍ତରରେ ସ୍ୱାସ୍ଥ୍ୟ କର୍ମୀ ତଥା ଆଶାକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା କହିଛି WHO। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୂରଦୂରାନ୍ତରେ ରହୁଥିବା ଓ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ନିରନ୍ତର ଉଦ୍ୟମ ହେଉଛି। ବିଶ୍ୱ ମାଲେରିଆ ରିପୋର୍ଟ ତାର ପ୍ରମାଣ ବୋଲି ନବୀନ କହିଛନ୍ତି। ଏହାସହ ଆଶା ଦିଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବର୍ତ୍ତମାନ ବିଶ୍ୱରେ ମୋଟ ମାଲେରିଆ କେଶ ମଧ୍ୟରୁ ଭାରତରେ କେବଳ ୪ ପ୍ରତିଶତ ମାଲେରିଆ କେଶ ରହିଛି। ଦେଶରେ ୨୦୧୭ରୁ ମାଲେରିଆ ମୂଳପୋଚ୍ଛ ଲାଗି ୫ ବର୍ଷିଆ ଅଭିଯାନ ଆରମ୍ଭ ହୋଇଛି। ମ୍ୟାଲେରିଆ ନିୟନ୍ତ୍ରଣରୁ, ଫୋକସ ଏବେ ମାଲେରିଆ ମୂଳପୋଚ୍ଛ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.