ରେଳ ଧାରଣାରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର : ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ

ଜୟପୁର : ରେଳଧାରଣ ପାଲଟିଛି ମରଣଜନ୍ତା ।ଗତକାଲି ରେଳଧାରଣ ଉପରୁ ମହିଳାଙ୍କୁ ଖଣ୍ଡବିଖଣ୍ଡିତ ଶରୀର ମିଳିବା ପରେ ଆଜି କୋରାପୁଟ କୋଟପାଡ଼ କୁସୁମୀ ରେଳ ଷ୍ଟେସନ ନିକଟରୁ ରେଳ ଧାରଣାରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ , ଯୁବକ ଯୁବତୀ ସ୍ଥାନୀୟ ମୁଣ୍ଡପଦର ଗ୍ରାମର ଜଣାପଡ଼ିଥିବା ବେଳେ ଏହା ପ୍ରେମ ଜନିତ ଆତ୍ମହତ୍ୟା  ବୋଲି ସନ୍ଦେହ କରାଯାଉଛି।  ବର୍ତ୍ତମାନ ପର୍ଯ୍ଯନ୍ତୟ ଏହାର ସତ୍ଯତା କିଛି ପ୍ରକାଶ ପାଇନାହିଁ । ଖବର ପାଇ କୋଟପାଡ ପୋଲିସ ଓ ଜୟପୁର ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.