ପ୍ରେମରେ ପ୍ରତାରଣ :ଯୁବକଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଆତ୍ମହତ୍ୟା ସନ୍ଦେହ

ବାଲିଅନ୍ତା :ମୃତ୍ଯୁର ଜନ୍ତା ପାଲଟିଛି କୂଆଖାଇ ନଦୀପଠା । ଆଜି ସକଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ବାଲିଅନ୍ତା ଥାନା ପୋଲିସ ଉଦ୍ଧାର କରିଥିବା ବେଳେ ଘଟଣାଟିର ତଦନ୍ତ ଚାଲୁ ରହିଛି । ଯୁବକଙ୍କ ହାତରେ ବିଷ ବୋତଲ ରହିଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ ଯୁବକଙ୍କ କାନରେ ଇୟର ଫୋନ୍‌ ଲାଗିଥିବା ବେଳେ ଘଟଣା ସ୍ଥଳରେ କାର ମିଳିଥିଲା । ପୁଲିସ ଅନୁମାନ ଅନୁଯାୟୀ ଏହା ପ୍ରେମ ଜନିତ ଆତ୍ମହତ୍ୟା କୁହାଯାଉଛି । ପୁଲିସ ସୂଚନା ଅନୁଯାୟୀ , ନିଜ ପ୍ରେମିକାଙ୍କ ଭିଡିଓ କଲିଂ କରି ବିଷ ପିଇ ନିଜ ଜୀବନ ହାରିଛନ୍ତି । ମୃତକଙ୍କ ପରିଚୟ ଚନ୍ଦନ ଗୋଚ୍ଛାୟତ ଜଣାପଡ଼ିଥିବା ବେଳେବ ସେ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ବୋଲି  ଜଣାପଡ଼ିଛି ।ଏବେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।କିଛି ଦିନ ତଳେ କୂଆଖାଇ ନଦୀପଠାରୁ ଉନ୍ମୟ ପାଢୀଙ୍କ ମୃତ ଦେହ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.