ପୋଲ ଉପରେ ଚାଲି ଚାଲି ଯାଉଥିବାବେଳେ ପୁଅ ଆଗରେ ଭାସିଗଲେ ବାପା

କେନ୍ଦୁଝର(କେନ୍ୟୁଜ୍): ପୁଅ ଆଗରେ ଭାସିଗଲେ ବାପା। କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କେନ୍ଦୁଘଟି ଗାଁର ବୈତରଣୀ ନଦୀ ଘାଟରେ ଏହି ଦୁଃଖଦ ଘଟଣା ଘଟିଛି। ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବାବେଳେ ଏ ପର୍ଯ୍ୟନ୍ତ ନିଖୋଜଙ୍କ ପତ୍ତା ମିଳିପାରିନି।

ନିଖୋଜ ବ୍ୟକ୍ତି ଜଣକ ଗମ୍ଭାରୀଡିହା ସାହିର ପୂର୍ଣ୍ଣଚନ୍ଦ୍ର ଦେହୁରୀ। ପୂର୍ଣ୍ଣଚନ୍ଦ୍ର ତାଙ୍କ ପୁଅ ସୁରେନ୍ଦ୍ରଙ୍କ ସହ ବାଇକ୍‌ରେ ବ୍ୟାଙ୍କକୁ ଯାଇଥିଲେ। କାମ ସାରି ଘରକୁ ଫେରିବା ବେଳେ ପୋଲ ଉପରେ ଚାଲି ଚାଲି ଯାଉଥିବାବେଳେ ପାଣି ସୁଅରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ ପୂର୍ଣ୍ଣଚନ୍ଦ୍ର। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.