ଶୌଚ ହେବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରୁ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲା ଜୀବନ

କେନ୍ଦ୍ରାପଡା(କେନ୍ୟୁଜ୍): ମଣିଷ-କୁମ୍ଭୀର ଲଢେଇ । ଅଳ୍ପକେ ବର୍ତ୍ତିଲା ଜୀବନ । ଶୌଚ ହେବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରୁ ଝାମ୍ପିନେଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ଜଣକ ହେଲେ ପଟ୍ଟାମୁଣ୍ଡାଇ ନିମପୁର ଗାଁର ବବୁଲ ବାହାନ ଭୂୟାଁ । ବବୁଲା ବାହାନ ବ୍ରାହ୍ମଣୀ ନଦୀ ନିମପୁର ପାଖକୁ ଶୌଚ ହେବାକୁ ଯାଇଥିଲେ ।

ଶୌଚ ହେଉଥିବା ବେଳେ ପଛପଟୁ ଏକ କୁମ୍ଭୀର ଝାମ୍ପିନେଇଥିଲା । କିନ୍ତୁ ସେ ନିଜ ବୁଦ୍ଧି ଖଟାଇ ଉପରକୁ ଚାଲିଆସିଥିଲେ । ତେବେ କୁମ୍ଭୀର ଆକ୍ରମଣରେ ବବୁଲାଙ୍କୁ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.