ସିଆରିପିଏଫ ଛକରେ ମାନସିକ ବିକୃତି ଯୁବକର ଉତ୍ପାତ, ଅଟକ ରଖିଲା ନୟାପଲ୍ଲୀ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ବରରେ ସନ୍ଦିଗ୍ଧ ଭାବେଏଣେତେଣେ ବୁଲି ଲୋକଙ୍କୁ ଅଶ୍ଲିଳ ଭାଷା କହୁଥିବା ଯୁବକକୁ ଅଟକ ରଖିଛି ନୟାପଲ୍ଲୀ ପୋଲିସ। ନୟାପଲ୍ଲୀ ପୋଲିସ ସିଆରିପି ଛକରୁ  ପାଇଥିଲା ଏହି ବ୍ୟକ୍ତିକୁ।  ପୋଲିସ ଏହି ବ୍ୟକ୍ତି ପକେଟରୁ  ଏକ ଛୁରୀ ପାଇଛି। ଯାହାକୁ  ଜବତ କରାଯାଇଛି। ବ୍ୟକ୍ତି ଜଣଙ୍କ ବିଭିନ୍ନ ଯାତ୍ରୀ ମାନଙ୍କୁ ଅଶ୍ଳୀଳ ଭଜନ ଶୁଣାଇଥିଲେ । ପରେ ଯାତ୍ରୀ ମାନଙ୍କୁବାଡେଇବା ପାଇଁ ଗୋଡାଉଥିଲେ। ପରେ ସ୍ଥାନୀୟ କିଛି ଲୋକ ଓ ଯାତ୍ରୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳର ପହଞ୍ଚି ଯୁବକକୁ ଅଟକ ରଖିଥିଲା।  ପୋଲିସ ଠାରୁ ସୂଚନା ମିଳିଛି ଯେ ଏହି ବ୍ୟକ୍ତି ଜଣଙ୍କର ମାନସିକ ବିକୃତି ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.