ବ୍ରହ୍ମପୁର ଏମକେସିଜି ମେଡିକାଲରେ ଇଞ୍ଜେକ୍‌ସନ ନେବା ପରେ ବହୁ ରୋଗୀ ଅସୁସ୍ଥ ଅଭିଯୋଗ

ବ୍ରହ୍ମପୁର(କେନ୍ୟୁଜ୍):  ବ୍ରହ୍ମପୁର ଏମକେସିଜି ମେଡିକାଲରେ ଇଞ୍ଜେକ୍‌ସନର ରିଆକ୍‌ସନ । ଇଞ୍ଜେକ୍‌ସନ ନେବା ପରେ ବହୁ ରୋଗୀ ଅସୁସ୍ଥ ହୋଇଥିଲେ । ଆଜି ସକାଳୁ ମେଡିକାଲର ମେଡିସିନ ୱାର୍ଡର ଏକ ନମ୍ବର ୟୁନିଟରେ ରୋଗୀଙ୍କୁ ତିନି ପ୍ରକାର ଇଞ୍ଜେକ୍ସନ ଦିଆଯାଇଥିଲା । ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଓ ଆଣ୍ଟିବାଓଟିକ୍‌ ଇଞ୍ଜେକସନ ନେବା ପରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ । ଏପରିକି ରୋଗୀଙ୍କୁ ସାଙ୍ଗେ ସାଙ୍ଗେ ପ୍ରବଳ ଜ୍ୱର ହୋଇଥିଲା । ଇଞ୍ଜେକ୍‌ସନ ପରେ ରିଆକ୍‌ସନ ଦେଖି ସମ୍ପର୍କୀୟ ପ୍ରବଳ ହୋହାଲ୍ଲା କରିଥିଲେ ।

injection

ଘଟଣାବେଳେ କୌଣସି ବରିଷ୍ଠ ଡାକ୍ତର ନଥିବାରୁ ପରିସ୍ଥିତି ଜଟିଳ ହୋଇଥିଲା । ପରେ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ ଦୁଇଟି ଇଞ୍ଜେକ୍ସନ ଦିଆଯିବା ପରେ ରୋଗୀମାନେ ଅବସ୍ଥା ସ୍ଥିର ହୋଇଥିଲା । ଏହାସହ ଦିଆଯାଇଥିବା ଇଞ୍ଜେକ୍‌ସନକୁ ଟେଷ୍ଟ ପାଇଁ ପଠାଯାଇଥିବା ମେଡିକାଲ ଅଧିକ୍ଷକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.