ସଂଘର ବିଭିନ୍ନ ଦାବିକୁ ମାନିଲା ବିଏମସି, ୪ ଦିନ ପରେ ଖୋଲିଲା ମାର୍କେଟ ବିଲଡିଂ

ଭୁବନେଶ୍ୱର(କେନ୍ୟୁଜ୍): ଖୋଲିଲା ମାର୍କେଟ ବିଲଡିଂ । ୪ ଦିନ ପରେ ଖୋଲିଛି। ତେବେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍‌ର ଦାବି ଅନୁଯାୟୀ ମାର୍କେଟ ବିଲ୍‌ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ବସିବାକୁ ଦିଆଯିବନାହିଁ ବୋଲି BMC ରାଜି ହେବା ପରେ ମାର୍କେଟ ବିଲ୍‌ଡିଂ ଖୋଲିବାକୁ ଆସୋସିଏସନ୍‌ ରାଜି ହୋଇଥିବା ଜଣାପଡିଛି।

ସଂଘର ବିଭିନ୍ନ ଦାବିକୁ ମାନି ନେଇଥିଲା ବିଏମସି । ପ୍ରତି ସପ୍ତାହରେ ଉଚ୍ଛେଦ କାଯ୍ୟ ଜାରି ରହିବ । ଏହାସହ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯିବା ନେଇ ବିଏମସି ତରଫରୁ ପ୍ରତିଶ୍ରୁତି ଦିଆଯିବ ପରେ ମାର୍କେଟ ଖୋଲିବା ନେଇ ନିଷ୍ପତି ନେଇଥିଲା ବ୍ୟବସାୟୀ ସଂଘ ।

ସେପଟେ ଦୀର୍ଘ ୪ ଦିନ ହେବ ମାର୍କେଟ ବନ୍ଦ ହେବା କାରଣରୁ ଆର୍ଥିକ କ୍ଷତି ସହ ମାର୍କେଟ ବିଲଡିଂର ପ୍ରତିଷ୍ଠା ମଧ୍ୟ କ୍ଷୟ ହୋଇଛି ବୋଲି କହିଛନ୍ତି ବ୍ୟବସାୟୀ । ୧୫ ଦିନ ପର୍ଯ୍ୟନ୍ତ ମାର୍କେଟ ବିଲ୍‌ଡିଂ ପରିସରରେ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବା ସହ ୨ଜଣ BMC ସ୍କ୍ଵାର୍ଡ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.