ଡାକ୍ତରଖାନାରେ ବାହାଘର

marriage

ଯାଜପୁର : ଡାକ୍ତରଖାନାରେ ବାହାଘର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କି? ଏମିତି ଏକ ଘଟଣା ଘଟିଛି ଯାଜପୁର ରୋଡ ହସ୍ପିଟାଲରେ । ପ୍ରେମିକାର ଜିଦ୍‌ ପାଖରେ ହାର ମାନି ପ୍ରେମିକ ଡାକ୍ତରଖାନାରେ ବିବାହ କରିଛି । ଯାଜପୁର ସଦର ଥାନା ଅନ୍ତର୍ଗତ କବିରପୁର ଗାଁର ସରୋଜ ଜେନା କେନ୍ଦ୍ରାପଡା ପାଟକୁରା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଦୀର୍ଘ ଦିନ ହେବ ସେମାନଙ୍କର ପ୍ରେମ ସଂପର୍କ ଥିଲା । ଯୁବତୀଙ୍କ ପରିବାର ଲୋକ କିନ୍ତୁ ଏହାକୁ ବିରୋଧ କରୁଥିଲେ । ଗତକାଲି ରାତିରେ ଯାଜପୁର ରୋଡ୍‌ରେ ଏକ ମେଡିସିନ୍‌ ଦୋକାନରେ କାମ କରୁଥିବା ପ୍ରେମିକଙ୍କ ପାଖରେ ହଠାତ ପହଞ୍ଚିଥିଲେ ପ୍ରେମିକା । ଆଉ ବିବାହ କରିବାକୁ ଜିଦ୍‌ ଧରିଥିଲେ । ଏବେ ବିବାହ କରିପାରିବେ ନାହିଁ ବୋଲି ଯୁବକ ଜଣଙ୍କ କହିବା ପରେ ଯୁବତୀ ନିଦ ବଟିକା କିଣି ଖାଇ ଦେଇଥିଲେ । ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ପୋଲିସର ପରାମର୍ଶ କ୍ରମେ ପ୍ରେମିକ ହସ୍ପିଟାଲରେ ପହଞ୍ଚି ପ୍ରେମିକାଙ୍କୁ ବିବାହ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.