ଗୁରୁମନ୍ତ୍ର ଦେବେ ପିସିସି ସଭାପତି : କଂଗ୍ରେସ୍ ଭବନରେ ଏକାଠି ହେବେ ନବ ନିଯୁକ୍ତ ଜିଲ୍ଲା ସଭାପତି ଓ କାର୍ଯ୍ଯକାରୀ ସଭାପତି

ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ଏକାଠି ହେବେ ନବ ନିଯୁକ୍ତ ଜିଲ୍ଲା ସଭାପତି ଓ କାର୍ଯ୍ଯକାରୀ ସଭାପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହେବ ।ନୂଆ ଜିଲ୍ଲା ସଭାପତି ଓ କାର୍ଯ୍ଯକାରୀ ସଭାପତିଙ୍କୁ ଗୁରୁମନ୍ତ୍ର ଦେବେ ପିସିସି ସଭାପତି । ପ୍ରଥମ ଦିନରେ ୧୧ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ସଭାପତି ଓ କାର୍ଯ୍ଯକାରୀ ସଭାପତି ଯୋଗଦେବେ ।ବୈଠକର ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଜିଲ୍ଲା ସଭାପତିମାନେ ନିଜ ନିଜ ଜିଲ୍ଲାରେ କିପରି ସଂଗଠନକୁ ସୁଦୃଢ କରିବେ, ସେନେଇ ମଧ୍ୟ ମନ୍ତ୍ର ଦେବେ ନିରଞ୍ଜନ ପଟ୍ଟନାୟକ । ନୂଆ ସଭାପତି ନିଯୁକ୍ତି ପରେ କିଛି ସ୍ଥାନରେ ଅସେନ୍ତାଷ ଦେଖାଦେଇଛି । ତେଣୁ ସବୁ ଅସେନ୍ତାଷକୁ ପଛରେ ପକାଇ କିପରି ନିର୍ବାଚନୀ ବୈତରଣୀ ପାର କରି ହେବ ସେନଇ ବୈଠକେର ଆଲୋଚନା କରାଯିବ । ଓଡ଼ିଶା କଂଗ୍ରେସ ସହ ପ୍ରଭାରୀ ମଧ୍ୟ ଆଜିର ବୈଠକରେ ଉପସ୍ଥିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.