ହିମାଳୟର ଟାଙ୍ଗଲାଙ୍ଗଲାରେ ଜାତୀୟ ପତାକା ଉଡାଇଲା ଭୁବନେଶ୍ୱର ସାଇକେଲିଙ୍ଗ ଆଣ୍ଡ ଆଡଭେଞ୍ଚର୍‌ କ୍ଳବ୍‌ର ସଦସ୍ୟ

କେନ୍ୟୁଜ୍(ବ୍ୟୁରୋ):  ହିମାଳୟର ଟାଙ୍ଗଲାଙ୍ଗଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଭୁବନେଶ୍ୱର ସାଇକେଲିଙ୍ଗ ଆଣ୍ଡ ଆଡଭେଞ୍ଚର୍‌ କ୍ଳବ୍‌ର ସଦସ୍ୟ । ମନାଲି ଲେହ- ଖାରଦୁଙ୍ଗଲା ସାଇକଲ ଅଭିଯାନର ଅଷ୍ଟମ ଦିନରେ ଏମାନେ ସବୁଠାରୁ ଦୁର୍ଗମ ଓ କଷ୍ଟକର ଅଞ୍ଚଳ ତଙ୍ଗଲାଙ୍ଗଲାରେ ପହଞ୍ଚିଥିଲେ ।

ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ BCACର ୨୦ ଜଣ ସାଇକେଲ ଆରୋହୀ ୧୦ଦିନର ସାଇକେଲ ଯାତ୍ରାରେ ଅଛନ୍ତି । ଅଗଷ୍ଟ ୮ ତାରିଖରୁ ଏମାନେ ମନାଲିରୁ ଯାତ୍ରା ଆରମ୍ଭ କରିଥିଲେ । ଟାଙ୍ଗଲାଙ୍ଗଲା ୧୭ ଶହ ୨୮ ଫୁଟ୍‌ ଉଚ୍ଚରେ ରହିଛି । ସେଠାରେ ପାଗ ମଧ୍ୟ ପ୍ରତିକୂଳ ରହିଛି । ଏହା ବିଶ୍ଵର ଉଚ୍ଚତମ ମୋଟର ପାସ ମଧ୍ୟରୁ ଅନ୍ୟତମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.