ହଜିଗଲା ମାନବିକତା: ଚୋର ସନ୍ଦେହରେ ବିକୃତ ମସ୍ତିସ୍କ ଯୁବକକୁ ଉଲଗ୍ନ କରି ପିଟିଲେ ଲୋକେ

ଉମରକୋଟ(କେନ୍ୟୁଜ୍): ହଜିଗଲା ମାନବିକତା । ଚୋର ସନ୍ଦେହରେ ବିକୃତ ମସ୍ତିସ୍କ ଯୁବକକୁ ଉଲଗ୍ନ କରି ଦୁଇ ହାତକୁ ପଛକୁ ବାନ୍ଧି ଦେଇ ପିଟିଲେ ଗାଁ ଲୋକ । ରାସ୍ତା ଉପରେ ଦେଖିବାକୁ ମିଳିଛି କୋଙ୍ଗାରୁ କୋର୍ଟର ବର୍ବରତା। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ମାଲଗାଁ ଠାରେ। ଯୁବକ ଜଣକ ମାଲଗାଁ କୁ ଏକ ମଟର ସାଇକେଲ ଯୋଗେ ଯାଇଥିଲେ । ଫେରିବା ସମୟରେ ଗାଡିର ପେଟ୍ରୋଲ ସରି ଯିବାରୁ ଗାଡିଟିକୁ ଠେଲି ଠେଲି ନେଉଥିଲେ । ଏହି ସମୟ ରେ ଗାଁ ରେ ଥିବା ପୋଖରୀ ନିକଟରୁ କିଛି ମହିଳା ଚୋର ଚୋର ଗାଡ଼ି ଚୋରି କରି ନେଇଯାଉଛି ବୋଲି ପାଟି କରିଥିଲେ । ଏହା ଶୁଣି ଗାଁ ଲୋକ ତାକୁ ଚୋର ସନ୍ଦେହ କରି ଏଭଳି କାଣ୍ଡ ଘଟାଇଛନ୍ତି।

ଯୁବକ ଜଣକୁ ଉଲଗ୍ନ କରି ତାର ହାତକୁ ବାନ୍ଧି ବାଡ଼ିରେ ପିଟୁଛନ୍ତି ଗାଁ ଲୋକ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଭଏଁସବନ୍ଧା ଗ୍ରାମର ବୃନ୍ଦାବନ ସାନ୍ତା ବୋଲି ଜଣା ପଡ଼ିଛି । ସେ ଭୁବନେଶ୍ୱରରେ ରହି ପାଠ ପଢ଼ୁଥିଲା । ସେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ବୋଲି ଜଣା ପଡ଼ିଛି । ଚନ୍ଦାହାଣ୍ଡି ପୋଲିସ ଖବର ପାଇ ମାଲଗାଁ ପହଞ୍ଚି ଯୁବକ ଜଣକୁ ଉଦ୍ଧାର କରିବା ସହିତ ଚିକିତ୍ସା ନିମିତ ଚନ୍ଦାହାଣ୍ଡି ମେଡିକାଲକୁ ପଠାଇ ଦେଇଛି ।

ତେବେ ଏହି ଘଟଣା ସମ୍ପର୍କରେ ଥାନା ରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଜଣେ ମାନସିକ ବିକୃତକୁ ଏଭଳି ଭାବରେ ଉଲଗ୍ନ କରି ମାରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ଏବଂ ଘଟଣାରେ ସଂପୃକ୍ତ ଥିବା ବ୍ଯକ୍ତି ମାନଙ୍କୁ କୋଠାର ଦଣ୍ଡ ଦିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.