ପାରାଦୀପରେ ଛାତିଥରା ଘଟଣା: ନାବାଳିକାକୁ ଅପହରଣ ପରେ ୪ଦିନ ଧରି ଦୁଷ୍କର୍ମ! ଡ୍ରାଇଭର ଗିରଫ

ପାରାଦୀପ(କେନ୍ୟୁଜ୍): ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ପାରାଦୀପରେ ଘଟିଛି ଏଭଳି ଛାତିଥରା ଘଟଣା। ଜଣେ ଡ୍ରାଇଭର ନାବାଳିକାକୁ ନିଜ ଗାଡ଼ିରେ ଅପହରଣ କରି ଏକ ଘର ଭିତରେ ୪ଦିନ ଧରି ଦୁଷ୍କର୍ମ କରିଥିବା ପାରାଦୀପ ଲକ ଥାନାରେ ଅଭିଯୋଗ ହୋଇଛି । ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ପୂଜାକୁ ଯାଉଥିବା ବେଳେ ଡ୍ରାଇଭର ଅନିଲ ନାୟକ ଗାଡ଼ିରେ ବସାଇ ଛାଡି ଦେବାକୁ କହିଥିଲେ ।

ଏହା ପରେ ଭିମାନସୀ ଗାଁର ଏକ ଘରେ ୪ ଦିନ ଧରି ଧରି ଦୁଷ୍କର୍ମ କରିଥିଲେ। ତେବେ ନାବାଳିକା ଜଣକ କୌଣସି ମତେ ନିଜ ପରିବାରକୁ ଖବର ଦେବାରେ ସକ୍ଷମ ହୋଇଥିଲା । ଏହାପରେ ବାପା, ମା ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଲକ ଥାନାରେ ପୀଡୀତାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଅନିଲ ନାୟକକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.