ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମରଶରୀର ଠାବ, ଉଭୟ ନାବାଳକ ନାବାଳିକା

ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଛାତନା ଗାଁରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଗଛରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛନ୍ତି ନାବାଳକ ଓ ନାବାଳିକା । ଘଟଣସ୍ଥଳରେ ପୋଲିସର ତଦନ୍ତ ଜାରି । ନାବାଳକଙ୍କ ଘର ରାସଗୋବିନ୍ଦପୁର ଥାନା ବେତନା ଗାଁରେ ହୋଇଥିବା ବେଳେ ନାବାଳିକାଙ୍କ ଘର ବେତନଟୀ ଥାନା ବଡଯୋଡ ଅଞ୍ଚଳରେ ।

ପୁଅର ପ୍ରେମ ସମର୍କରେ ଜାଣି ଘରେ ମାଆ ଗାଳି ଦେବାପରେ ଉଭୟ ପ୍ରେମୀ ଯୁଗଳ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି । ତେବେ ସେମାନେ ମୋରଡା ଥାନା ସୀମା ମଧ୍ୟରେ ଆତ୍ମହତ୍ୟା କରିଥିବା ଯୋଗୁ ଏ ସଂକ୍ରାନ୍ତରେ ମୋରଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏବେ ଉଭୟ ମୋରଡା ଓ ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.