ପାରାଦୀପ (କେନ୍ୟୁଜ୍) : ପୁଣି ଖାକିରେ ଦାଗ। ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘରେ କେହି ନଥିବା ଅବସ୍ଥାରେ ନାବାଳିକାକୁ ଚକୋଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପାରାଦୀପ ତୈଳ ବିଶୋଧନାଗାରରେ ଥିବା CISF ବ୍ୟାରକରେ ରହୁଥିବା ଏମ୍.କାଣ୍ଡା ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।