ବାଲିଗୁଡା: ଘରୁ ଡାକିନେଇ ଦୁଷ୍କର୍ମ। ବାଲିଗୁଡା ତୁମୁଡିବନ୍ଧ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଶମ୍ଭୁ ମହାରଣା ନାମକ ପଡୋଶୀ ଯୁବକ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅିଭଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଏହି ଘଟଣା ଘଟିଛି । ଏନେଇ ପରିବାର ଲୋକେ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।