ଗୋଟିଏ ଦିନରେ ଦୁଇ ବିଧାୟକଙ୍କୁ ହତ୍ୟା ଧମକ: ଫୋନ୍‌ କରି ଟଙ୍କା ମାଗିଲେ ଦୁର୍ବୃତ୍ତ

ବାଲୋଶ୍ବର,ଅନୁଗୁଳ(କେନ୍ୟୁଜ୍):  ବିଧାୟକଙ୍କୁ ହତ୍ୟା ଧମକ । ଗୋଟିଏ ଦିନରେ ଦୁଇ ବିଧାୟକଙ୍କୁ ଆସିଛି ଧମକ୍‌ । ସମାନ ଢଙ୍ଗରେ ଦୁର୍ବତ୍ତମାନେ କଲ୍‌ କରି ଟଙ୍କା ମାଗିବା ସହ ହତ୍ୟା କରିବାକୁ ଧମକ ଦେଇଛନ୍ତି । ପ୍ରଥମେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଦୁର୍ବୃତ୍ତମାନେ ଫୋନ୍‌ କରି ଟଙ୍କା ମାଗିଥିଲେ । ହତ୍ୟା ଧମକ ନେଇ ବିଧାୟକ ବାଲେଶ୍ୱର ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ସେପଟେ ଅନୁରୂପ ଭାବେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ମଧ୍ୟ ଆସିଛି ଫୋନ୍‌ କଲ୍‌ । ଦୁର୍ବୃତ୍ତ ମାନେ ଟଙ୍କା ମାଗିବା ସହ ଗୁଣି କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ରଜନୀକାନ୍ତ ସିଂ ମଧ୍ୟ ଫୋନ୍‌ ପେ ଜରିଆରେ ୫ ହଜାର ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କୁ ପଠାଇଛନ୍ତି । ଏନେଇ ବିଧାୟକ ଏସ୍‌ପିଙ୍କୁ ଜଣାଇବା ପରେ ସଂପୃକ୍ତ ନମ୍ବରକୁ ଟ୍ରାକ୍‌ କରିବାକୁ ଉଦ୍ୟମ ଚଳାଇଛି ପୋଲିସ । ତେବେ ଦୃର୍ବୃତ୍ତମାନେ ପଶ୍ଚିମବଙ୍ଗରୁ ଫୋନ୍‌ କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.