ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ, ଟଙ୍କା ବ୍ୟାଗ୍‌ ଭାବି ଲୁଟିନେଲେ ଶିଶୁର ପାଠପଢା ବ୍ୟାଗ୍‌

ଉଦଳା(କେନ୍ୟୁଜ୍): ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଟଙ୍କା ବ୍ୟାଗ୍‌ ଭାବି ଦୁର୍ବୃତ୍ତ ଲୁଟିନେଲେ ଶିଶୁକନ୍ୟାର ପାଠପଢା ବ୍ୟାଗ୍‌ । ଉଦଳା କପ୍ତିପଦା ଥାନା ତେନ୍ତୁଳିସାହି ଗ୍ରାମ ନିକଟ ରାସ୍ତାରେ ମହିଳାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ୩ ଦୁର୍ବୃତ୍ତ । ଗ୍ରାମର ରୀନା ଦାସ କପ୍ତିପଦାରେ ବ୍ୟାଙ୍କ କାମ ସାରି ନିଜ ୫ ବର୍ଷର ଝିଅକୁ ସ୍କୁଟିରେ ଧରି ଘରକୁ ଫେରୁଥିଲେ । ଏହି ସମୟରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପଛପଟୁ ଆକ୍ରମଣ କରିଥିଲେ ।

ଆକ୍ରମଣରେ ରୀନା ଦାସ ଏବଂ ତାଙ୍କ ଝିଅ ସ୍କୁଟିରୁ ତଳେ ପଡି ଯାଇଥିଲେ । ଝିଅକୁ ଉଠାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ଏବଂ ଟଙ୍କା ବ୍ୟାଗ ଭାବି ରୀନାଙ୍କ ଝିଅର ପାଠପଢା ବ୍ୟାଗ ଲୁଟିନେଇ ସେଠାରୁ ଖସି ପଳାଇଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ରୀନାଙ୍କୁ ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.