ଗଡଖାରଦ ଗ୍ରାମରେ ବିଳମ୍ବିତ ରାତିରେ ଘର ଉପରକୁ ବୋମାମାଡ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା କଣାସ ବ୍ଲକ ଗାଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡଖାରଦ ଗ୍ରାମରେ ଏକ ଘର ଉପରକୁ ବୋମାମାଡ଼ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ଗଡ଼ଖାରଦ ଗ୍ରାମର ରଘୁ ମାନସିଂହ ଘର ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ କରାଯାଇଥିବା ଶୁଣିବାକୁ ମିଳୁଛି ।

ପାଖାପାଖି ୫ ରୁ ୬ ଜଣ ଆସି ବୋମାମାଡ଼ କରିଥିବାର ଘରଲୋକ ସୂଚନା ଦେଇଛନ୍ତି । ଘରର ଗ୍ରିଲ ଭିତରରୁ କରାଯାଇଛି ବୋମାମାଡ଼ । ବୋମାମାଡ଼ରେ ଘରଲୋକେ ଅଳ୍ପକେ ବର୍ତି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଗଡ଼ିଶାଗୋଦା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି । ବୋମାମାଡ଼ ପରେ ବିଭିନ୍ନ ସ୍ଥାନରେ ପଡିଥିବା ସୁତୁଲୀ ପୋଲିସ୍ ଦ୍ୱାରା ଉଦ୍ଧାର କରାଯାଇଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ  ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.