ବିଏମସି ପକ୍ଷରୁ ଆରମ୍ଭ ହେଲା ମୋ ୱାର୍ଡ ଅଭିଯାନ, ପ୍ରଥମ ଦିନରେ ୩ଟି ୱାର୍ଡରେ ହେଲା ବୈଠକ

କେନ୍ୟୁଜ୍(ବ୍ୟୁରୋ): ବିଏମସି ପକ୍ଷରୁ ଆରମ୍ଭ ହେଲା ମୋ ୱାର୍ଡ ଅଭିଯାନ। ପ୍ରଥମ ଦିନରେ ୮ ,୧୫ ଓ ୪୬ ନମ୍ବର ୱାର୍ଡରେ ମୋ ୱାର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଏମସିର ଦୁଇ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

bmc2

ବୈଠକରେ ମୁଖ୍ୟତଃ ସ୍ଵଛତା, ପରିମଳ, ପଲିଥିନକୁ ନା, ରାତ୍ରିକାଳୀନ ସଫେଇ ଅଭିଯାନ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକରେ ସ୍ଥାନୀୟ ଲୋକଙ୍କ ସହଭାଗିତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଭଳି ମୋ ୱାର୍ଡ ଅଭିଯାନ ପ୍ରତି ୱାର୍ଡରେ ଆଗାମୀ ଦିନରେ ଆୟୋଜନ କରାଯିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.