ଓଡ଼ିଶାରେ ପୁଣି ମୋଦି- ଅମିତଙ୍କ ଜୁଗଲବନ୍ଦୀ

ଜୁଲାଇରେ ନରେନ୍ଦ୍ର ମୋଦି ଆସୁଥିବା ବେଳ ତା ପୂର୍ବରୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ବିଜେପି ଫୋକସରେ ଓଡ଼ିଶା ରହିଥିବା ବେଳେ ୨ ମାସର ବ୍ୟବଧାନ ପରେ ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ଆସିବା ରହିଥିବା ବେଳେ ଏହି ଗସ୍ତ ସମୟରେ ସାଧାରଣ ସଭାରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ ଜୁଲାଇ ୧ ତାରିଖରେ ଭୁବନେଶ୍ୱର ଆସିବାକୁ ଥିବା ବେଳେ ଦଳୀୟ ସଂଗଠନ ସ୍ଥିତିର ସମୀକ୍ଷା କରିବେ ଅମିତ ଶାହା । କେନ୍ଦ୍ରରେ ଏନ୍ଡିଏ ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ କଟକରେ ଗତ ମେ’ ୨୬ ତାରିଖରେ ଅନୁଷ୍ଠିତ ଜନଜାଗରଣ ସମାବେଶରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । କଟକ ବାଲିଯାତ୍ରା ପଡ଼ିଆରେ ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ୪ ବର୍ଷ ସଫଳତାର ରିପୋର୍ଟ କାର୍ଡ ଦେଇଥିଲେ । ଦୁଇ ମାସ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ଉତ୍ସାହ ହୋଇ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.