SBI ମୁଖ୍ୟ ଶାଖା ଟ୍ରେଜେରି ଆକାଉଣ୍ଟରେ ସୁରକ୍ଷିତ ଜମା ହେଲା ଲଜରୁ ଜବତ ଟଙ୍କା

କଣ୍ଟାବାଞ୍ଜି (କେନ୍ୟୁଜ୍): କଣ୍ଟାବାଞ୍ଜି ସହର ଅନ୍ନପୁର୍ଣ୍ଣା ଲଜରୁ ଜବତ ଟଙ୍କା ଏସବିଆଇ ମୁଖ୍ୟ ଶାଖାର ଟ୍ରେଜେରି ଆକାଉଣ୍ଟରେ ଜମା କରାଯାଇଛି । କୋର୍ଟରେ ଗଣା ହେବା ପରେ କଡା ସୁରକ୍ଷା ବଳୟରେ ନିଆଗଲା ଟଙ୍କା । ଗତ ୧୫ ତାରିଖ ବିଳମ୍ବିତ ରାତି କଣ୍ଟାବାଞ୍ଜି ପୋଲିସ ଅନ୍ନପୂର୍ଣ୍ଣା ଲଜରେ ଚଢାଉ କରିଥିଲା । ଲଜରୁ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଜବତ କରିଥିବା ବେଳେ ରାଜ୍ୟ ବାହାର ୭ ଜଣଙ୍କୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଥିଲା ।

ତେବେ ଜବତ ଟଙ୍କାର ପରିମାଣ ଅଧିକ ଥିବା ଓ ଗିରଫ ବ୍ୟକ୍ତି ମାନେ କୌଣସି ଜୁଆଡି ନୁହେଁ ସେମାନେ ଦାଦନ ଚାଲଣ ପାଇଁ ଆସିଥିବା ଇଟା ଭାଟିମାଲିକ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ବଲାଙ୍ଗିର ଏସପିଙ୍କ ନିର୍ଦେଶ କ୍ରମେ ଅତିରକ୍ତି ଏସପି କଣ୍ଟାବାଞ୍ଜି ଥାନା ଆସି ଅଧିକ ତଦନ୍ତ କରି ଜବତ ଟଙ୍କାର ପୁନଃ ଗଣତି କରିଥିଲେ ।

ସେହି ସମୟରେ ୧୩ ଲକ୍ଷ ଅଧିକ ବାହାରିଥିବା ବେଳେ ପରବର୍ତ୍ତି ସମୟରେ ଆହୁରି ୭ ଲକ୍ଷ ଟଙ୍କା ବାହାରିଥିଲା । ଏହି ଘଟଣାରେ କଂଟାବାଞ୍ଜି ଏସଡିପିଓ ହୃଶିକେଶ ମେହେରଙ୍କୁ ବଲାଙ୍ଗିର ଏସପି ଅଫିସ ବଦଳି କରାଯାଇଥିଲା ।

Leave A Reply

Your email address will not be published.