ଭୁଶୁଡୁଛି ମାଓ ଦୁର୍ଗ: ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୭ଶହରୁ ଉର୍ଦ୍ଧ୍ୱ ମାଓ ସମର୍ଥକ

ମାଲକାନଗିରି (କେନ୍ୟୁଜ): ମାଓ ମୁକ୍ତ ହେଉଛି ମାଲକାନଗିରି ଜିଲ୍ଲା।ମାଓବାଦୀଙ୍କ କୁଶ ପୁତଳିକ ଦାହ କଲେ ମାଓ ସମର୍ଥକ। ଦିନେ ଯେଉଁ ମାଓ ସମର୍ଥକ ମାଓବାଦୀ ଙ୍କ ଗୁଲାମ ଥିଲେ ଆଜି ସେହି ମାଓ ସମର୍ଥକ ମାଓବାଦୀଙ୍କୁ ମୂଳପଛ ପାଇଁ ରକ୍ତମୁଖା । ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ଅଣ୍ଡରାହାଲ BSF କ୍ଯାମ୍ପ ରେ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କଲେ। ୧୦ ଟି ଗାଁ ର ୭୦୦ ରୁ ଉର୍ଦ୍ଧ୍ଵ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।ଦକ୍ଷିଣ ପଶ୍ଚିମାଞ୍ଚଳ DIG ଏବଂ BSF DIG ଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ସରେଣ୍ଡର ମହିଳା ପୁରୁଷ ଙ୍କୁ ପୋଷାକ ପତ୍ର ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କରିଛି BSF ଏବଂ ମାଲକାନଗିରି ପୋଲିସ।ଦୀର୍ଘ ବର୍ଷ ହେବ ଏହି ଇଲାକାରେ ମାଓବାଦୀ ନିଜର ଦବଦବା ଜାହିର ରଖିଥିଲେ। ଜିଲ୍ଲା ପୋଲିସ ଏବଂ BSF ଜବାନ ଙ୍କ ମିଳିତ ଉଦ୍ୟମ ରେ ଆଜି ଏକ ପ୍ରକାର ମାଓ କବଳରୁ ମୁକ୍ତ ହୋଇ ପାରିଛି। ଗତ କିଛିଦିନ ତଳେ ୫୦୦ ରୁ ଉର୍ଦ୍ଧ୍ଵ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ୭୦୦ ରୁ ଉର୍ଦ୍ଧ୍ଵ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.