ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ: ମାଷ୍ଟରମାଇଣ୍ଡ ଫେରାର, ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର। ଭୁବନେଶ୍ୱରରୁ ଏକ କେଜି ୫୦ ଗ୍ରାମ୍‌ର ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଫେରାର ଥିବା ବେଳେ ଉମେଶ ବେହେରାଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦା ଜଟଣୀ ରୋଡ୍‌ରୁ ବେପାରୀକୁ ଗିରଫ କଲା ପୋଲିସ। ଏହି ଘଟଣା ନେଇ ଅଧିକ ଖୋଳତାଡ କରୁଛି ଏସ୍‌ଟିଏଫ୍‌ ଓ କମିଶନରେଟ୍‌ ପୋଲିସ।

Leave A Reply

Your email address will not be published.