ଯାଜପୁର: ନିଆଁ ଲିଭାଇବାକୁ ଯାଇ ବିଦ୍ୟୁତ ଆଘାତରେ ଚାଲିଗଲା ମା ପୁଅଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ବାଲିଚନ୍ଦ୍ରପୁର ଥାନା ନଳିପୁର ଗ୍ରାମରେ ଅଭବାନୀୟ ଘଟଣା । ନିଆଁ ଲିଭାଇବାକୁ ଯାଇ ମା ଓ ୭ ବର୍ଷ ପୁଅର ମୃତ୍ୟୁ । ମୃତକ ଏହି ଗ୍ରାମର ଚାନ୍ଦ ବିବି (୪୨) ଓ ୱସିମ ଖାଁ (୭) ବୋଲି ଜଣାପଡିଛି । ଗତ କାଲି  ବିଳମ୍ବିତ ରାତିରେ ନଳିପୁର ଗ୍ରାମର ଜଣକ ଘରେ ନିଆଁ ଲାଗିଯିବାରୁ ପଡୋଶୀ ଘରର ମହିଳା ଓ ତାଙ୍କର ପୁଆ ସେଠାକୁ ଆସିଥିଲେ ।

jajpur 1ଅଗ୍ନିକାଣ୍ଡ ଯୋଗୁ ବିଦ୍ୟୁତ ସର୍ଭିସ୍ ତାର ଛିଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ପହଁଚି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.