ନେଦରଲାଣ୍ଡରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଦେବେ ଯୋଗ

କେନ୍ୟୁଜ୍: ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗ ଦେବା ପାଇଁ ନେଦରଲାଣ୍ଡରେ ପହଞ୍ଚିଛନ୍ତି ଭାରତୀୟ ଭଲିବଲ୍‌ ସଂଘ ସଭାପତି ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଆଜି ମଧ୍ୟାହ୍ନରେ ଅନ୍ତର୍ଜାତୀୟ ଭଲବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସ ଅନୁଷ୍ଠିତ ହେବ ।

ଏହି ଅବସରରେ ଡ. ଅଚ୍ୟୁତ ସାମନ୍ତ ବ୍ରାଜିଲର ପ୍ରାକ୍ତନ ପ୍ରସିଦ୍ଧ ଭଲିବଲ୍‌ ଖେଳାଳି ତଥା ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ସଭାପତି ଆରି ଗ୍ରାକା, ଏଫ୍‌ଆଇଭିବିର ଜେନେରାଲ୍‌ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ସମେତ ବିଶ୍ୱର ୨୨୨ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ଭଲିବଲ୍‌ ସଂଘ ଓ ଫେଡେରେସନ୍‌ର ସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ୩୮ତମ ଏଫ୍‌ଆଇଭିବିର ଆଲୋଚନାଚକ୍ରରେ ଭଲିବଲର ବିକାଶ ନେଇ ବିଭିନ୍ନ ଆଲୋଚନା କରାଯିବ । ଏନେଇ ଭାରତକୁ ସୁଫଳ ମିଳିବ ବୋଲି ଡ. ଅଚ୍ୟୁତ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.