ଅନଶନରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ !

ଭୁବନେଶ୍ବର : ଦିଲ୍ଲୀ ଜନ୍ତରମନ୍ତରରେ ଅନଶନରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ। ଅନଶନ କରିବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ରାଉରକେଲାରୁ ୧୬ ଶହ କିଲୋମିଟର ଚାଲି ଚାଲି ଯାଇ ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ପିଏମଓଙ୍କ କାର୍ୟ୍ୟାଳୟକୁ ଅନୁମତି ମାଗିଥିଲେ। ତେବେ ତାଙ୍କୁ ଅନୁମତି ମିଳିନଥିଲା।

ଏହାପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ। ତେବେ ତାଙ୍କୁ ଜୁଏଲ ମଧ୍ୟ ନିରାଶ କରିଥିଲେ। ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେସାଲିଟି ହସ୍ପିଟାଲ କରିବା ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଥିରେ ବିଳମ୍ବ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇ ଦେବାକୁ ଦିଲ୍ଲୀ ଯାଇଛନ୍ତି ମୁକ୍ତିକାନ୍ତ। ଗତ ଏପ୍ରିଲ ୧୬ ତାରିଖରୁ ମୁକ୍ତିକାନ୍ତ ରାଉରକେଲାରୁ ପଦଯାତ୍ରା ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.