ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶୃତି ମନେପକାଇ : ରାଉରକେଲାରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ

muktikantରାଉଲକେଲା : ଆଜି ଷ୍ଟେସନରେ ପହଞ୍ଚିବା ପରେ ମୁକ୍ତିକାନ୍ତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସେକ୍ଟର-୨ ପର୍ୟ୍ୟନ୍ତ ବିଶାଳ ପଦଯାତ୍ରାରେ ନିଆଯାଇଥିଲା। ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ସୁପର ସ୍ପେସାଲିଟି ହସ୍ପିଟାଲ କରିବା ପାଇଁ ମୋଦି ପ୍ରତିଶୃତି ଦେଇଥିଲେ । ହେଲେ ଏଥିରେ ବିଳମ୍ବ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶୃତି ମନେପକାଇ ଦେବାକୁ ଦିଲ୍ଲୀ ଯାଇଥିଲେ ମୁକ୍ତିକାନ୍ତ । ଗତ ଏପ୍ରିଲ ୧୬ ତାରିଖରୁ ମୁକ୍ତିକାନ୍ତ ରାଉରକେଲାରୁ ପଦଯାତ୍ରା ଆରମ୍ଭ କରି ୧୬ ଶହ କିଲୋମିଟର ଚାଲିଚାଲି ଯାଇ ସେ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରେ ଆମରଣ ଅନଶନ ବି କଲେ । ଶେଷରେ ନିରାଶ ହୋଇ ରାଉରକେଲାକୁ ଫେରି ଆସିଛନ୍ତି ମୁକ୍ତିକାନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.