ଯାଜପୁର ବନ୍ଧଗାଁରେ ଅଭାବନୀୟ ଘଟଣା: ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକକୁ ହାଣି ହତ୍ୟା କଲେ ଯୁବକ

ଯାଜପୁର(କେନ୍ୟୁଜ୍): ଯାଜପୁର ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା । ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକକୁ ହାଣି ହତ୍ୟା କଲେ ଯୁବକ । ହତ୍ୟା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ବନ୍ଧ ଗାଁର ଶାନ୍ତନୁ ବେହେରା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ଯୋଗୁଁ ତାଙ୍କ ପତ୍ନୀ ବାପ ଘରକୁ ପଳାଇଛନ୍ତି ।

ମହିଳାଙ୍କୁ ଗୁଣି ଗାରେଡି ମାଧ୍ୟମରେ ଫେରାଇ ଆଣିବାକୁ ତାନ୍ତ୍ରିକର ଆଶ୍ରୟ ନେଇଥିଲେ । ଏଥିପାଇଁ ତାନ୍ତ୍ରିକ ଜଣକ ବାରମ୍ବାର ଶାନ୍ତନୁଙ୍କ ଠାରୁ ପଇସା ନେଇଥିଲେ । ଗତକାଲି ପୁଣି ଅର୍ଥ ମାଗିବାରୁ ଉତ୍‌କ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ତାନ୍ତ୍ରିକର ମୁଣ୍ଡକୁ ହାଣିଦେଇଥିଲା ଅଭିଯୁକ୍ତ । ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.