ବହୁ ପ୍ରଚେଷ୍ଟା ପରେ ବି ଅସୁସ୍ଥ ଦନ୍ତା ହାତୀକୁ ଧରିବାରେ ଫେଲ୍ ନରସିଂହପୁର ବନ ବିଭାଗ

ନରସିଂହପୁର(କେନ୍ୟୁଜ୍):ବହୁ ପ୍ରଚେଷ୍ଟା ପରେ ବି ଅସୁସ୍ଥ ଦନ୍ତା ହାତୀକୁ ଧରିବାରେ ନରସିଂହପୁର ବନ ବିଭାଗ ଅସଫଳ । ଗତକାଲି ଠାରୁ ଅସୁସ୍ଥ ହୋଇଥିବା ଦନ୍ତା ବାମ କାନ ଉପରେ ଏକ କ୍ଷତ ହୋଇ ସଂକ୍ରମଣ ହୋଇଥିବା ବେଳେ ଆଜକୁ ଦୁଇ ଦିନ ଧରି ବନ ବିଭାଗ ତରଫରୁ ଟ୍ରାଙ୍କୁଲାଇଜର ଟିମ୍ ସହ ହାତୀକୁ ଅନୁସନ୍ଧାନ କରୁଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

ଶେଷରେ ବାଧ୍ୟ ହୋଇ ଡାକ୍ତର ଦଳ ଫେରିଛନ୍ତି । ହାତୀର ବାରମ୍ବାର ଗତିପଥ ବଦଳାଉଥିବା ବେଳେ ବନ ବିଭାଗକୁ ନିରାଶ ହେବାକୁ ପଡିଛି। ସୂଚନ ମୁତାବକ, ୨ ଦିନ ତଳେ ନରସିଂହପୁର ବନ ବିଭାଗ ଦେବଭୂଇଁ ନୂଆଗଡ ଜଙ୍ଗଲ କମ୍ପାଣ୍ଟମେଣ୍ଟ ୩ ରେ ଏକ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି। ହାତୀଟି ଚିକିତ୍ସା ପାଇଁ ଗତକାଲି ଆଠଗଡ଼ ବନ ବିଭାଗ ତରଫରୁ ପ୍ରୟାସ ଜାରି ରହିଥିବା ବେଳେ ଦୁର୍ଭାଗ୍ୟ ବଶତଃ ହାତୀ ଉଗ୍ର ରୂପ ନେଇ ସମସ୍ତଙ୍କୁ ଆକ୍ରମଣ କରିଥିଲା ଫଳରେ ଆଠଗଡ଼ ଡି ଏଫ୍ ଓ ,ପୂର୍ବାଞ୍ଚଳ ବନ ବିଭାଗ ର ଜଣେ ଫରେଷ୍ଟର ଙ୍କ ସମେତ ଚାରି ଜଣ ୱାଚର ଆହତ ହୋଇଛନ୍ତି ଏବଂ ପୁଣି ଆଜି ତାକୁ ଆଜି ଟ୍ରାଙ୍କୁଲାଇଜ କରାଯିବ ବୋଲି ବିଶେଷ ସୂତ୍ର ରୁ ଖବର ମିଳିଛି । ବନ ବିଭାଗ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଉନଥିଲେ ମଧ୍ୟ ୱାର୍ଲଡ ଲାଇଫ ଅଞ୍ଚଳରୁ ଆସିଥିବା ସନ୍ଦେହ କରାଯାଉଛି । ହାତୀର କାନ ପାଖ ସଂକ୍ରମିତ ହୋଇଥିବାର ସୂଚନା ମିଳୁଛି ଭାଗ ଏହାର ଟେର୍ ପାଉନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.