ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସର ଅଧ୍ୟକ୍ଷ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ୍ ଚନ୍ଦ୍ରଶେଖରନ୍ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଚନ୍ଦ୍ରଶେଖରନ କହିଛନ୍ତି । ସେହିପରି ଚନ୍ଦ୍ରଶେଖରନ୍ ସୂଚନା ଦେଇଛନ୍ତି, କଳିଙ୍ଗନଗରରେ ଟାଟା ଇସ୍ପାତ ପ୍ରକଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ । ଉତ୍ପାଦନ କ୍ଷମତା ୬ରୁ ୮ ନିୟୁତ ଟନ୍ କରିବାକୁ ପ୍ରସ୍ତାବ ରହିଛି । ଏହାର ସମ୍ପ୍ରସାରଣ ପାଇଁ ଖର୍ଚ୍ଚ ହେବ ୨୫ ହଜାର କୋଟି ଟଙ୍କା । ଏହାସହ ଭୂଷଣ ଷ୍ଟିଲ୍ରୁ ୫ ଦଶମିକ ୬ ନିୟୁତ ଟନ୍ ଉତ୍ପାଦନ ପାଇଁ ମଧ୍ୟ ପ୍ରସ୍ତାବ ରହିଥିବା ସେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.