ମୟୂରଭଞ୍ଜରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ଯା ମାମଲା : ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ଯମନ୍ତ୍ରୀ

ମୟୂରଭଞ୍ଜ : ମୟୂରଭଞ୍ଜରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ଯା ମାମଲା । ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ଯପଟେ ଅଭିଯୁକ୍ତ ଯାମିନୀ ମହନ୍ତକୁ ଗିରଫ କରିଛି ପୋଲସ୍ ।

ସୂଚନା ଅନୁସାରେ, ଶୁକ୍ରବାର ସଧ୍ୟାରେ ମୃତ ନାବାଳିକା ଜଣକ ଖେଳୁଥିବା ସମୟରେ ଅଭିଯୁକ୍ତ ଯାମିନୀ ମହନ୍ତ ସାଇକେଲ୍ ଶିଖାଇଦେବ କହି ନେଇଯାଇଥିଲା । ତେବେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଯାମିନୀକୁ ପଚରିଥିଲେ । ମାତ୍ର ଯାମିନୀ ତାକୁ ଗାଁ ଦାଣ୍ଡରେ ଛାଡି ଦେଇଥିବା କଥା କହିଥିଲା । ଏହା ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଜାମିନୀକୁ ଅଟକ ରଖି ପଚରା ଉଚରା କରିଥିଲା । ପ୍ରଥମେ ଘଟଣା ବିଷୟରେ କିଛି ଜାଣିନଥିବା କହୁଥିବା ଯାମିନୀ ପରେ ନାବାଳିକାକୁ ହତ୍ୟା କରିଥିବା ଶିକାର କରିଥିଲା । ନାବାଳିକାକୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିବା କଥା ସ୍ବୀକାର କରିଥିଲା ସେ । ଆଜି ପୋଲିସ ଗରୁଡବସା ଜଙ୍ଗଲକୁ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜିବା ପରେ ନବାଳିକାର ମୃତଦେହକୁ ଉଦ୍ଧାର କରିଥିଲା ।

ଅନ୍ଯପଟେ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରିଥିଲେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ।

Leave A Reply

Your email address will not be published.