ରାଜ୍ୟରେ ଉଦଘାଟିତ ହେଲା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟର, ଏସିଆନ ଗେମ୍‌ରେ ଖେଳିଥିବା ୫ କ୍ରୀଡାବିତ ପୁରସ୍କୃତ

ଭୁବନେଶ୍ବର : ରାଜ୍ୟରେ ଉଦଘାଟିତ ହେଲା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟର । ୪ଟି ହାଇ ପରଫରମାନ୍ସ ସେଣ୍ଟରର ସହ ଏକ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟରକୁ ଉଦଘାଟନ କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଓଡ଼ିଶାକୁ ପ୍ରଶଂସା କରିଥିଲେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । କୁମ୍ବଲେ କହିଛନ୍ତି, ଦେଶରେ ଓଡିଶା ନମ୍ବର ଓ୍ଵାନ ସ୍ପୋର୍ଟିଂ ଷ୍ଟେଟ୍‌ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୧୩୩ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଭାଗ ନେଇଥିବା ତଥା ପାରା ଏସିଆନ ଗେମ୍ସରେ ପଦକ ଜିତିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଉତ୍ସବରେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ତଥା କୋଚ ପୁଲେଲା ଗୋପୀଚାନ୍ଦ, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ କ୍ରୀଡ଼ା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ଗୋପିଚାନ୍ଦ।

Leave A Reply

Your email address will not be published.