ନୀତିନଙ୍କୁ ନବୀନଙ୍କ ଚିଠି : ଇସ୍କନ ମନ୍ଦିର ସାମ୍ନାରେ ବନ୍ୟା ଭଳି ସ୍ଥିତି ପ୍ରସଙ୍ଗରେ ଲୋଡିଲେ ହସ୍ତକ୍ଷେପ

ଭୁବନେଶ୍ୱର : ଇସ୍କନ ମନ୍ଦିର ସାମ୍ନାରେ ବନ୍ୟା ଭଳି ସ୍ଥିତି ପ୍ରସଙ୍ଗରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ତୁରନ୍ତ ସାଇଡ୍‌ ଡ୍ରେନ ଓ ସର୍ଭିସ ଲେନ୍‌ କରିବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି ସାମାନ୍ୟ ବର୍ଷା ହେଲେ NH-୧୬ରେ ଇସ୍କନ ମନ୍ଦିର ସମ୍ମୁଖରେ ୩ ଫୁଟର ପାଣି ଜମୁଛି । ଜୟଦେବ ବିହାରରୁ ବାଣୀବିହାର ଯାଏ ପାଣି ଜମୁଛି । ରସୁଲଗଡ, ପଳାସୁଣି, ପାହାଳରେ ବି ସମାନ ସମସ୍ୟା ଦେଖାଦେଇଛି । ଡ୍ରେନେଜ ବ୍ୟବସ୍ଥା ପାଇଁ NH କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଇଛି । କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ଏ ନେଇ ତୁରନ୍ତ ହସ୍ତକ୍ଷେପ ସହ ସମସ୍ୟାର ସମାଧାନ ପାଇଁ ନବୀନ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.