ହିଞ୍ଜିଳି ରଖିଲେ, ବିଜେପୁର ଆସନ ଛାଡ଼ିଲେ ନବୀନ ପଟ୍ଟନାୟକ। ବିଜେପୁର ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖି ସେ ଅବଗତ କରାଇଛନ୍ତି। ବିଜେପୁରବାସୀ ସମର୍ଥନ ଦେଇ ବିପୁଳ ଭୋଟରେ ଜିତାଇଥିବାରୁ ବିଜେପୁର ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତ କିଛି ଦିନ ହେବ ନବୀନ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡ଼ିବେ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା। ଚଳିତଥର ନବୀନ ଦୁଇଟି ବିଧାନସଭା ଆସନ ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୁଇଟିଯାକ ଆସନରେ ବିପୁଳ ଭୋଟ ବ୍ୟବଧାନରେ ବାଜି ମାରିଥିଲେ ବିଜେଡି ସୁପ୍ରିମୋ।