ଆଗାମୀ ନିର୍ବାଚନରେ ପୁଣି ବିଜେଡିର ହେବ ବିଜୟ, ଆକଳନ ଲଗାଇଛି ଡେକାନ୍ ହେରାଲଡ଼

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଛି । ଆଗାମୀ ନିର୍ବାଚନରେ ପୁଣି ବାଜିମାତ୍ କରିବ ବିଜେଡି। ଏମିତି ଆକଳନ କରିଛି ଜାତୀୟ ନ୍ୟୁଜ ସଂସ୍ଥା ଡେକାନ୍ ହେରାଲଡ଼ । ପୂର୍ବରୁ ଅନେକ ଓପିନିଅନ ପୋଲ ଆସିଛି। ପ୍ରାୟ ସବୁଥିରେ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ବଜାୟ ରହିଛି। ସେପଟେ ସାଧାରଣ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି ନବୀନ ।
ଏବେ ନିର୍ବାଚନ ହେଲେ ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେଡି ଅତିକମ୍ରେ ୧୮ଟି ସିଟ୍ ପୋଛିନେବ ।

କଂଗ୍ରେସ ଓ ବିଜେପିକୁ ଗୋଟିଏରୁ ଦୁଇଟି ଲେଖାଏଁ ଆସନ ମିଳିପାରେ। ଦୈନିକ ଇଂରାଜୀ ଖବରକାଗଜ ଡେକାନ୍ ହେରାଲଡର ନିର୍ବାଚନ ସର୍ଭେ ଏହି ଆକଳନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିନାହିଁ। ବରଂ ଆଗାମୀ ନିର୍ବାଚନରେ ପୁଣି ବିଜେଡି ବାଜିମାତ୍ କରିବ ବୋଲି କୁହାଯାଇଛି।

ଗତ ଅଗଷ୍ଟରେ ଇଣ୍ଡିଆ ଟୁଡେର ମୁଡ୍ ଅଫ ନେସନ୍ ପୋଲ୍ରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନମ୍ବର ୱାନ ବୋଲି ଦର୍ଶାଯାଇଥିଲା। ଅକ୍ଟୋବରରେ ଇଣ୍ଡିଆ ଟୁଡେ ସର୍ଭେ ନବୀନଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ ବୋଲି କହିଥିଲା। ଆଗାମୀ ନିର୍ବାଚନରେ ବିଜେଡି ଖୁବ୍ ଭଲ ପ୍ରଦର୍ଶନ କରିବ ବୋଲି ନବୀନ ଦୃଢ଼ୋକ୍ତି ବାଢିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.