ଅସମ୍ଭବ କିଛି ନୁହେଁ, ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ ନବୀନଙ୍କ ନୀରବ ବାର୍ତ୍ତା

ଭୁବନେଶ୍ୱର(କେନ୍ୟୁଜ୍): ଅସମ୍ଭବ କିଛି ନୁହେଁ । ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ କଳିଙ୍ଗ ଷ୍ଟାଡିୟମ ଜିମରୁ ନୀରବ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲଟିମେଟ ଖୋ ଖୋ ଲିଗର ଚାମ୍ପିୟାନ ଓଡ଼ିଶା ଜଗରନଟସ ଟିମର ସମସ୍ତ ଖେଳାଳି ଓ କୋଚ୍‌ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମର ଜିମ ପରିଦର୍ଶନ କରିଥିଲେ । ଟ୍ରେଡମିଲ ଉପରୁ ନୀବର ବର୍ତ୍ତା ଦେଇଇଛନ୍ତି ନବୀନ । ୨୦୨୪ ନିର୍ବାଚନ ପାଇଁ ତୟାର ବୋଲି ନବୀନ ପରୋକ୍ଷରେ ବଡ ବାର୍ତ୍ତା ଦେଇଛନ୍ତି ।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ମିଳିଛି । ନୂଆଦିଲ୍ଲୀରେ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ତାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଆୟୋଜିତ ଭବ୍ୟ ଉତ୍ସବରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଏନ୍‌. ଭି. ରମଣା ତାଙ୍କୁ ସମ୍ମାନିତ କରିଥିଲେ । ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ମାନକୁ ସାଢ଼େ ୪ କୋଟି ଓଡ଼ିଶା ବାସୀଙ୍କୁ ଉତ୍ସର୍ଗ କରୁଥିବା  କହିଥିଲେ ମୁଖ୍ୟମନ୍ତ୍ରୀ ।କାର୍ଯ୍ୟକ୍ରମରେ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ ।

ତେବେ ନବୀନଙ୍କ ଶାସନ କାଳରେ ଗତ ୨୦ ବର୍ଷରେ ଓଡ଼ିଶାରେ ଆସିଛି ବିରାଟ ପରିବର୍ତ୍ତନ । ସବୁ କ୍ଷେତ୍ରରେ ରାଜ୍ୟ ଆଗକୁ ବଢିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠୁ ଆରମ୍ଭ କରି ଭିତ୍ତିଭୂମି କ୍ଷେତ୍ରରେ ଅନେକ ବିକାଶ ହୋଇଛି । ବଢ଼ିଛି ରାଜ୍ୟରେ ରାଜସ୍ୱ । ପୂର୍ବରୁ ୨୦୧୭ରେ ଆଉଟଲୁକ୍‌ ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିଲା । ନିକଟରେ ଇଣ୍ଡିଆ ଟୁଡେ ମୁଡ୍‌ ଅଫ ନେସନ ପୋଲ୍‌ ସର୍ଭରେ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.