ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା, ଷୋଡ଼ଶ ଉପଚାରରେ କମ୍ପୁଛି ଶକ୍ତିପୀଠ

ଯାଜପୁର (କେନ୍ୟୁଜ): ଆରମ୍ଭ ହୋଇଛି ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଥିବା ନବରାତ୍ର ପୂଜାରେ ସକାଳୁ ମାଙ୍କୁ ସିଂହାସନରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମାଙ୍କ ମୁଖ ଦର୍ଶନ ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମାଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଗତକାଲି ମାଙ୍କ ରଥଟଣା ଆରମ୍ଭ ହୋଇଛି । ବିଶ୍ୱାସ ରହିଛି ମାଙ୍କ ରଥଯାତ୍ରା ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବ । ସେପଟେ ପ୍ରତିଦିନ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଗତକାଲି ଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ବଢ଼ି ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିିଳିଛି । ପ୍ରତିଦିନ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଉଛି । ଗତକାଲି ସଂଧ୍ୟାରେ ମାଙ୍କ ରଥଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ରଥଯାତ୍ରା ରେ ଭକ୍ତଙ୍କୁ ସାମିଲ କରାଯାଇନଥିଲା । ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ କରାଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିିଳିଛି । ବିଶ୍ୱାସ ରହିଛି ଏହି ନବରାତ୍ରରେ ମାଙ୍କ ପାଦଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିପାଇଁ କାହିଁ କେତେ ଦୂର ଦୂରାନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । ମାଙ୍କ ମୁଖ ଦର୍ଶନ ପରେ ବେଶ ଆନନ୍ଦ ଅନୁଭବ କରିଥିଲେ ଶ୍ରଦ୍ଧାଳୁ ।

ratha

ମା ବିରଜାଙ୍କ ପୀଠରେ ନବରାତ୍ର ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ପ୍ରତିପଦ ଠାରୁ ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ଠାରୁ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ମନ୍ଦୀର ଚତୁଃପାଶ୍ୱର୍ରେ ପରିକ୍ରମା କରିବେ ମା । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳୁନଥିବାରୁ ଶ୍ରଦ୍ଧାଳୁ ମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ମାଙ୍କୁ ଦର୍ଶନ କରିବା ପାଇଁ । ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.