୬ରୁ ଊର୍ଦ୍ଧ୍ୱ ଗାଡ଼ି ପୋଡ଼ିଲେ ମାଓବାଦୀ : ବ୍ରିଜ କାମ କରୁଥିବା ଠିକାଦାରଙ୍କ କ୍ୟାମ୍ପରେ ଆକ୍ରମଣ

କନ୍ଧମାଳ (କେନ୍ୟୁଜ୍) : କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ବେଲଘର ଥାନା ଝିରିପାଣିର ଦେଶୁଁଘାଟିରେ ଥିବା ଠିକା କ୍ୟାଂପ୍ରେ ମାଓବାଦୀ ଆକ୍ରମଣ କରିଛନ୍ତି। ତା ସହ ବଂଶଧାରା, ଘୁମୁସର, ନାଗାବଳୀ ମାଓ ଡିଭିଜନ୍ ପକ୍ଷରୁ ପୋଷ୍ଟର ମଧ୍ୟ ଛଡାଯାଇଛି। ବେଲଘରରୁ ଝିରିପାଣି ମଧ୍ୟରେ ବ୍ରିଜ୍ କାମରେ ନିୟୋଜିତ ଠିକା ସଂସ୍ଥାର ୬ରୁ ଅଧିକ ଗାଡିକୁ ମାଓବାଦୀ ପୋଡିଦେଇଛନ୍ତି। ଗୋଟିଏ ଜେସିବି, ଦୁଇଟି ହିଟାଚି, ଦୁଇଟି ଟ୍ରାକ୍ଟର।

ଗୋଟିଏ ମିକ୍ସର ମେସିନ୍କୁ ମାଓବାଦୀ ପୋଡି ଦେଇଛନ୍ତି। ନିମ୍ନମାନର ବ୍ରିଜ କାମକୁ ନେଇ ବିରୋଧ କରିବା ସହ ସ୍ଥାନୀୟ ଲୋକଙ୍କୁ କାମରେ ଲଗା ଯାଉନଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସ୍ଥାନୀୟ ଅଂଚଳର ଆଦିବାସୀକୁ ବିସ୍ଥାପନ କରିବା ପାଇଁ ବ୍ରିଜ କରାଯାଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.