ମାତିଲେ ମାଓବାଦୀ : ବନାଞ୍ଚଳ ଅଧିକାରୀଙ୍କ ୪ଟି ବନ୍ଧୁକ ଲୁଟ

ନୟାଗଡ଼ (କେନ୍ୟୁଜ୍) :ନୟାଗଡ଼ ବନାଞ୍ଚଳ ଅଧିକାରୀଙ୍କ କାର‌୍ୟ୍ୟାଳୟରୁ ବନ୍ଧୁକ ଲୁଟ୍ । ୪ଟି ବନ୍ଧୁକ ଲୁଟିନେଇଛନ୍ତି ମାଓବାଦୀ । ଏହାସହ ଦଶପଲ୍ଲା ବାଣୀଗୋଚ୍ଛା ପୂର୍ବ ରେଞ୍ଜ ଅଫିସରେ ଭଙ୍ଗାରୁଜା କରିଛନ୍ତି ଲାଲବାହିନୀ । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି। ବନବିଭାଗ ଅଧିକାରୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ୨୦୦୮ ଫେବୃୟାରୀ ୧୪ ତାରିଖ ରାତିରେ ଶସସ୍ତ୍ର ନକ୍ସଲ ନୟାଗଡ଼ ଅସ୍ତ୍ରାଗାର , ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡ଼ ଓ ଦଶପଲ୍ଲା ଥାନାରେ ଆକ୍ରମଣ କରିଥିଲେ। ସେଠାରୁ ନକ୍ସଲମାନେ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.