୪ଦିନ ଛୁଟି ନେଇ ଡାକ୍ତର ସ୍ୱାମୀ ଫେରାର୍, କାନ୍ଦି କାନ୍ଦି ଦୁଃଖ ବଖାଣିଲେ ସ୍ତ୍ରୀ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ତପସ୍ୱିନୀ ଦାସ ଓ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ସ୍ୱାମୀ ଫେରାର ହୋଇଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ । ସକାଳୁ ଫେରାର ଥିବା କହିଛନ୍ତି ତପସ୍ୱିନୀ । ଗତକାଲି ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅର୍ଡର ପରେ ଡ୍ୟୁଟିରୁ ଫେରିନଥିଲେ ସୁମିତ୍‌ । ଆସ୍କା ଆଇଆଇସିଙ୍କୁ ଜଣାଇବା ପରେ ପୋଲିସ ତାଙ୍କୁ ଯୋଗାଯୋଗ କରି ଘରକୁ ପଠାଇଥିଲା ।

ଅପରାହ୍ନରେ ସୁମିତ ସ୍କୁଟିରେ ଘରୁ ବାହାରି ଯାଇଥିଲେ । ଦୀର୍ଘ ସମୟ ପରେ ସୁମିତ ଘରକୁ ନଫେରିବାରୁ ଆସ୍କା ଆଇଆଇସିଙ୍କୁ ଜଣାଇଥିଲେ ତପସ୍ୱିନୀ । ଏହାପରେ ମେଡିକାଲକୁ ଫୋନ୍‌ କରି ବୁଝିବାରୁ ୪ ଦିନ ଛୁଟି ଯାଇଥିବା ତପସ୍ୱିନୀଙ୍କୁ କହିଥିଲେ ମେଡିକାଲ ଷ୍ଟାଫ୍‌ । ପ୍ରଥମେ ସାତ ଦିନ ପାଇଁ ସୁମିତ ଓ ତପସ୍ୱିନୀଙ୍କୁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମପୁର ଏସ୍‌ଡିଜେଏମ୍‌ ତାଙ୍କ ପୂର୍ବ ଆଦେଶକୁ ବଳବତ୍ତର ରଖି ପରବର୍ତ୍ତୀ ଆଦେଶ ନ ଆସିବା ଯାଏ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ । ହେଲେ କାଲି ସକାଳୁ ସୁମିତ୍‌ ଫେରାର ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ ।

Leave A Reply

Your email address will not be published.