କିରାସିନି ନିଆଁରେ ସମ୍ପୂର୍ଣ୍ଣ ପୋଡି ହୋଇ ଆଖି ବୁଜିଲେ ନବବଧୂ, ୬ମାସ ତଳେ ହୋଇଥିଲା ବିବାହ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ଥାନା ଅଧିନସ୍ଥ ଜାଜପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ୬ମାସ ତଳେ ବିବାହ କରିଥିବା ମୀନା ବେହେରା ସମ୍ପୂର୍ଣ୍ଣ ଜଳି ଯିବାରୁ ମୃତ୍ୟୁବରଣ କରିଛନ୍ତି। ଘରେ କେହି ନଥିବା ବେଳେ ରୋଷେଇ ଘରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ଘଟିଥିବା ଘରର କବାଟ ପୋଲିସ ଭାଙ୍ଗି ଏକ କିରୋସିନ ଡବା ଜବତ କରି ଶବବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ସବୁଠାରୁ ବିସ୍ମୟ ଘରେ କୌଣସି କଳି ନଥିବା ମୃତ ନବବିବାହୀତାଙ୍କ ସ୍ବାମୀ ଓ ଦିଅର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.