ଆଜି ଦିନିକିଆ ଚିଲିକା ନିର୍ବାଚନୀ ଗ୍ରସ୍ତରେ ନିରଞ୍ଜନ ଜ୍ୟୋତି, ଜନ ଔଷଧି ଓ ଟୀକାକରଣ କେନ୍ଦ୍ରର କଲେ ପରିଦର୍ଶନ

(କେନ୍ୟୁଜ): ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି  କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି । ଆଜି ଶେଷ ଦିନରେ ଦିନିକିଆ ଚିଲିକା ନିର୍ବାଚନୀ ଗ୍ରସ୍ତରେ ଯାଇଛନ୍ତି । ଆଜାଦିକି ଅମୃତ ମୋହଉତ୍ସବ “ହର ଘର ତିରଙ୍ଗା ” କାର୍ଯ୍ୟକ୍ରମ, ଜନ ଔଷଧି କେନ୍ଦ୍ର ଓ ଟୀକା କରଣ କେନ୍ଦ୍ର ପରିଦର୍ଶନ ସହ “ମାନକୀ ବାତ” କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମନ୍ତ୍ରୀ ।

ପୂର୍ବ ସମୟ ସାରଣୀ ଅନୁଯାୟୀ ଆଜି କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ପ୍ରଥମେ ବାଲୁଗାଁ NAC ଅଧୀନସ୍ଥ ବାଲୁଗାଁ ବଜାରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୃତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହାପରେ ପାଟଣା ସାହିରେ ଆୟୋଜିତ ଆଜାଦିକି ଅମୃତ ମହୋଉତ୍ସବ “ହର ଘର ତିରଙ୍ଗା ” କାର୍ଯ୍ୟକ୍ରମ ରେ ଯୋଗଦେଇ । ଏହା ପରେ ବାଲୁଗାଁ ଟୀକା କାରଣ କେନ୍ଦ୍ର ପରିଦର୍ଶନ କରି ସାଧାରଣ ଜନତାଙ୍କ ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ “ମାନକୀ ବାତ୍ “କାର୍ଯ୍ୟକ୍ରମ ରେ ଯୋଗଦେବା ସହ କେନ୍ଦ୍ର ସରକାରଙ୍କ ଯୋଜନା କିପରି ସାଧାରଣ ଜନତାଙ୍କ କାର୍ଯ୍ୟରେ ଚାଲୁଛି ସେ ସମ୍ପର୍କରେ ସୂଚନା ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.