ସାରା ରାଜ୍ୟରେ ପାଳନ କରାଯାଇଛି ଅନ୍ତର୍ଜାତୀକ ନିଶା ନିବାରଣ ଦିବସ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀକ ନିଶା ନିବାରଣ ଦିବସ। ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଓ ବିଏମ୍‌ସି ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ଏକ ପଦଯାତ୍ରା ବିଏମ୍‌ସି ଅଫିସରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସଂଗଠନ ଯୋଗ ଦେଇଥିଲେ। ନିଶା ସେବନରୁ ଦୂରେଇ ରହିବା ଓ ସୁସ୍ଥ ସମାଜ ଗଠନ ହେଉଛି ଏହାର ମୂଳ ଲକ୍ଷ୍ୟ। ପଦଯାତ୍ରାରେ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା,ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମନ୍ତ୍ରୀ ପ୍ରଫୁଲ ସାମଲ ଓ ମେୟର ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। ଏଥିସହ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଅନ୍ତର୍ଜାତୀକ ନିଶା ନିବାରଣ ଓ ନିଶାସେବନ ପ୍ରତିରୋଧ ଦିବସ ପାଳନ କରାଯାଇ ରାଲି ବାହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.