ଅପରାଧୀଙ୍କର ଆଉ ତ୍ରାହି ନାହିଁ, ପଛରେ ଲାଗିଛନ୍ତି କମିଶନରେଟ୍ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ

ଭୁବନେଶ୍ବର (କେନ୍ଯୁଜ୍) : ସାବଧାନ ଅପରାଧୀ । ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍ । ରାତି ଅଧରେ ପୁଣି ଏନକାଉଣ୍ଟର । ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଅଞ୍ଚଳରେ ଦୁଇ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ । ନିଆଳିର ହରେକୃଷ୍ଣ ସ୍ୱାଇଁ ଓ ଆଠଗଡ଼ର ସିପୁନ କୁମାର କବି ପୋଲିସ ଗୁଳିରେ ଆହତ ହୋଇଛନ୍ତି । ଏମାନଙ୍କ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ନିକଟରୁ ୨ଟି ବନ୍ଧୁକ, ବାଇକ୍ ଓ ୫୦ ହଜାର ଟଙ୍କା ଜବତ ହୋଇଛି ।

ଗତକାଲି ଦୁଇ ଜଣଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ଏହି ସମୟରେ ଏମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ । ଗତକାଲି ରାତିରେ ପୁଣି ଏମାନଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛି ପୋଲିସ । ରସୁଲଗଡ଼ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ ଭଳି ଅନେକ ଘଟଣାରେ ଏମାନଙ୍କ ସଂପୃକ୍ତି ରହିଛି । ସେପଟେ ଏନକାଉଣ୍ଟର ପରେ ଆଉ ଏକ ବଡ଼ ଖୁଲାସା ହୋଇଛି । ଅପରାଧୀଙ୍କ ଫ୍ଲାଟରେ ଚଢାଉ କରିଛି ପୋଲିସ । ଅପରାଧୀ ରହୁଥିବା ଫ୍ଲାଟରେ ଚାଲିଥିଲା ମଦ କାରଖାନା । ପୋଲିସ ଏକ ହଜାରରୁ ଅଧିକ ବିଦେଶୀ ମଦ ବୋଲତ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.