ନିର୍ଦ୍ଧାରିତ ସମୟ ଆଗରୁ ରାଜ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ, ଆଜି ସୁଦ୍ଧା ମୌସୁମୀ ଋତୁରେ ୧୧୦୭. ମିମି ବର୍ଷା

କେନ୍ୟୁଜ୍(ବ୍ୟୁରୋ): ମୌସୁମୀ ଋତୁରେ ନିର୍ଦ୍ଧାରିତ ସମୟ ଆଗରୁ ରାଜ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ। ୮ଦିନ ଆଗରୁ ସଂପୂର୍ଣ୍ଣ ମୌସୁମୀ ଋତୁର ସ୍ୱାଭାବିକ ବର୍ଷାକୁ ଅତିକ୍ରମ କଲା ଚଳିତ ବର୍ଷର ଅନୁଭୂତ ବର୍ଷା। ଜୁନ ୧ରୁ ସେପ୍ଚେମ୍ବର ୨୨ ତାରିଖ ମଧ୍ୟରେ ଅର୍ଥାତ ୧୧୪ଦିନ ମଧ୍ୟରେ ୧୧୫୮. ୮ ମିମି ବୃଷ୍ଟିପାତ ହୋଇଛି।

ରାଜ୍ୟରେ ମୌସୁମୀ ଋତୁର ୧୨୨ଦିନର ବର୍ଷା ଅର୍ଥାତ ଜୁନ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୧୧୫୩. ୩ ମିମିକୁ ଅତିକ୍ରମ କରିଛି ଚଳିତ ବର୍ଷର ବର୍ଷା। ଆଜି ସୁଦ୍ଧା ମୌସୁମୀ ଋତୁରେ ୧୧୦୭. ମିମି ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୫ ପ୍ରତିଶତ ଅଧିକ। ୫ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ୧୬୮୨. ୯ ମିମି ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବୃଷ୍ଟିପାତ ଠାରୁ ୫୨ ପ୍ରତିଶତ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.