ସିସିଟିଭିରେ କଏଦ ହେଲା ନୂଆପଡ଼ା ଫାୟାରିଂ ଦୃଶ୍ୟ, ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ପାଣିଗ୍ରାହୀ ଗିରଫ

ନୂଆପଡା(କେନ୍ୟୁଜ୍): ସିସିଟିଭିରେ କଏଦ ଫାୟାରିଂ ଦୃଶ୍ୟ । ଗୁଳିକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ରାଜା ପାଣିଗ୍ରାହୀ ଗିରଫ । ରାଜା ଛତିଶଗଡ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଦେଭୋଗ ପୋଲିସ ଗିରଫ କରିଛି । ନୂଆପଡ଼ା ସିନାପାଲି ରାବଣ ଛକ ନିକଟରେ ଗାଡି ପାର୍କିଂକୁ ନେଇ ଗତକାଲି ବାପପୁଅଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଳିମାଡ଼ରେ ସରୋଜ ମେହେର ଓ ପୁଅ ନବ ମେହେରଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ମିଶନ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବାପା ପୁଅ ଦୁଇ ଜଣ ବାଇକ୍‌ରେ ଯାଉଥିବାବେଳେ ଗୁଳିମାଡ଼ କରି ଯୁବକ ଫେରାର ହୋଇଯାଇଥିଲା । ଅଭିଯୁକ୍ତ ରାଜା ଠାରୁ ଗୋଟିଏ ଦେଶୀ ମାଉଜର, ୪ଟି ଜୀବନ ଗୁଳି, ୨ଟି ମାଗାଜିନ୍‌ ଓ ଗୋଟିଏ ୪ଚକିଆ ଗାଡି ଜବତ ହୋଇଛି । ଦେଭୋଗ ଥାନାରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଖୁବଶୀଘ୍ର ଅଭିଯୁକ୍ତ ରାଜାକୁ ଟ୍ରାନଜିଟ ରିମାଣ୍ଡରେ ଆଣିବା ପରେ ଅଧିକ ତଦନ୍ତ କରାଯିବ ବୋଲି ଖଡିଆଳ ଏସଡିପିଓ ସନ୍ତକ ଜେନା କହିଛନ୍ତି ।

Leave A Reply

Your email address will not be published.