ଦୁବାଇରେ ସମ୍ମାନିତ ହେଲେ ଓଡିଆ ଶିକ୍ଷକ, ପାଇଲେ ବିଶ୍ଵର ଶ୍ରେଷ୍ଠ ଶିକ୍ଷକ ପୁରଷ୍କାର

ସୋର(କେନ୍ୟୁଜ୍): ସୁଦୁର ଦୁବାଇ ମାଟିରେ ସମ୍ମାନିତ ହେଲେ ଜଣେ ଓଡିଆ ଶିକ୍ଷକ । ଆନ୍ତର୍ଜାତିକ ଶିକ୍ଷା ଶିଖର ସମ୍ମିଳନୀରେ ତାଙ୍କୁ ମିଳିଛି ବିଶ୍ଵର ଶ୍ରେଷ୍ଠ ଶିକ୍ଷକ ପୁରଷ୍କାର । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍‌ କରଞ୍ଜାବିନ୍ଧା କ୍ଷେତ୍ରମୋହନ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ପିତାମ୍ବର ଖିଲାର । ଗତ ୨୭ ତାରିଖରେ ଦୁବାଇରେ ହୋଇଥିବା ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ବିଶ୍ଵର ୧୨୬ଟି ଦେଶ ଭାଗ ନେଇଥିଲେ । ଦୀର୍ଘ ୬ ଦିନ ଧରି ବର୍ତ୍ତମାନର ଶିକ୍ଷା ଓ ତା’ର ସମସ୍ଯା ଓ ସମାଧାନ, ଶିକ୍ଷାର ଭବିଷ୍ୟତ, ନୂତନ ଶିକ୍ଷାନୀତି, ପାଠ୍ଯଦାନର ସମସ୍ଯା ଓ ତା’ର ପ୍ରତିକାର, ପୂରାତନ ପାଠ୍ଯକ୍ରମ ଶୈଳୀର ପରିବର୍ତ୍ତନ, ବିଶ୍ଵ ଜଗତିକରଣ ଢଞ୍ଚାରେ ଶିକ୍ଷାକୁ କିପରି ପ୍ରସ୍ତୁତ କରିହେବ, ବିଶ୍ଵର ସାମାଜିକରଣ ଓ ଅର୍ଥନୈତିକ ବିକାଶରେ ଶିକ୍ଷାର ଭୂମିକା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଭାରତରୁ ଓଡିଆ ଶିକ୍ଷକ ପିତାମ୍ବର ଖିଲାର ଏହି ସମ୍ମିଳନୀରେ ପ୍ରତିନିଧିତ୍ବ କରିଥିଲେ ।

pitambar

ଏହି ସମ୍ମିଳନୀରେ ପିତାମ୍ବର ଖିଲାରଙ୍କ ଶିକ୍ଷା ଉପରେ ଗବେଷଣା ସନ୍ଦର୍ଭଟି ସ୍ଥାନ ପାଇଥିଲା ଯାହାର ନାମ ଥିଲା Pendamic against digital education। ଏହି ବିଷୟଟି ଉପସ୍ଥାପିତ କରି ସେ ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବନ୍ଦୁ ପାଲଟିଥିଲେ । ଏଥିପାଇଁ ତାଙ୍କୁ ଆନ୍ତର୍ଜାତିକ The most innovative teacher ପୁରଷ୍କାର ପ୍ରଦାନ କରାଯାଇଛି । ଏହି ପୁରଷ୍କାର ଉତ୍ସବରେ ଆମେରିକାର ଶିକ୍ଷାମନ୍ତ୍ରୀ ଏଲିଜାବେଥ୍‌ ଡି ଡେଭୋସ୍‌ , ଦୁବାଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ବିନ ଅବ୍ଦୁଲ୍ଲା ହୁମେଦ୍‌ ବେଲହୁଲ ଅଲ ଫଲାସି, ଭାରତର International innovative future education summit director ପାଲକ ଅଭସ୍ତିଙ୍କ ଉପସ୍ଥିତିରେ ତାଙ୍କୁ ଟ୍ରଫି ସହ ମାନପତ୍ର ଓ ୨ ହଜାର ଆରବ ଡଲାର୍‌ ମଧ୍ୟ ପ୍ରଦାନ କରାଯାଇଛି ।

ଦେଶର ଶିକ୍ଷା ବ୍ଯବସ୍ଥାର ପରିବର୍ତ୍ତନ ପାଇଁ ତାଙ୍କର ଏହି ଗବେଷଣା ମାଧ୍ୟମରେ ସେ ପଲ୍ଲୀରୁ ଦିଲ୍ଲୀ ପୁଣି ଦିଲ୍ଲୀରୁ ଦୁବାଇରେ ଆନ୍ତର୍ଜାତିକ ଶିକ୍ଷା ଶିଖର ସମ୍ମିଳନୀରେ ଯୋଗ ଦେଇ The most innovative teacher ପୁରଷ୍କାର ଭଳି ସୁନାମ ଅର୍ଜନ କରିଛନ୍ତି । ଏହି ଖବର ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.