ଟ୍ରିବୁନାଲ ଉଚ୍ଛେଦ ସାମ୍ବିଧାନିକ ଦୁର୍ବଳାତା ନୁହେଁ : ସୁପ୍ରମିକୋର୍ଟ

କଟକ(କେନ୍ୟୁଜ୍): ସୁପ୍ରିମକୋର୍ଟରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବୁନାଲ ଉଚ୍ଛେଦ ମାମଲା । ଟ୍ରିବୁନାଲ ଉଚ୍ଛେଦ ସାମ୍ବିଧାନିକ ଦୁର୍ବଳାତା ନୁହେଁ ବୋଲି କହିଛନ୍ତି ସୁପ୍ରମିକୋର୍ଟ । ଏ ସମସ୍ତ ମାମଲାର ବିଚାର ହାଇକୋର୍ଟଙ୍କ ଶୁଣାଣିର ପରିସରଭୁକ୍ତ ।

ସରକାର ଯଦିଓ ଏଭଳି ମାମଲାର ଶୁଣାଣି ପାଇଁ ଟ୍ରିବୁନାଲ ଗଠନ କରିଥିଲେ । ସରକାର ଏହି ଟ୍ରିବୁନାଲ ମଧ୍ୟ ଉଚ୍ଛେଦ କରିପାରିବେ । ତେଣୁ ଏଥିରେ କୌଣସି ସମସ୍ୟା ନଥିବା ଦର୍ଶାଇଲେ ସୁପ୍ରିମକୋର୍ଟ । ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବୁନାଲରେ ଥିବା ମାମଲା ଗୁଡିକ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି । ୮ଟି ବେଞ୍ଚ ଏହି ମାମଲା ଗୁଡ଼ିକର ଶୁଣାଣି କରୁଛନ୍ତି । ସେଥିମଧ୍ୟରୁ ୩୦ ହଜାର ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଗଲା । ସୁପ୍ରିମକୋର୍ଟରେ ଏ ସମ୍ପର୍କୀତ ମାମଲାର ଶୁଣାଣି ସ୍ଥଗିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.