ଓଡିଶା ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ବିନିମୟ ନିମନ୍ତେ ପ୍ରତିଷ୍ଠା ହେବ ଭୁବନେଶ୍ୱର- ପ୍ୟାରିସ ସାଂସ୍କୃତିକ ଡେକ୍ସ

parisଭୁବନେଶ୍ବର: ଓଡିଶା ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ବିନିମୟ ନିମନ୍ତେ ପ୍ରତିଷ୍ଠା ହେବ ଭୁବନେଶ୍ୱର- ପ୍ୟାରିସ ସାଂସ୍କୃତିକ ଡେକ୍ସ। ଏହି ଡେକ୍ସ ଏକ ସମୟରେ ଭୁବନେଶ୍ୱର ଓ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ କାର୍ୟ୍ୟ ଆରମ୍ଭ କରିବ ବୋଲି ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ ଇନ ଇଣ୍ଡିଆର ନିର୍ଦ୍ଦେଶକ ଡଃ ବର୍ଟ୍ରାଣ୍ଡ ଡି ହାଟିଂ କହିଛନ୍ତି। ଭାରତସ୍ଥିତ ଫରାସୀ ଦୂତାବାସ ସହଯାଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟାଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି , ପର୍ୟ୍ୟଟନ ଉପରେ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.